ପରୀକ୍ଷାର୍ଥୀଙ୍କ ଉପରୁ କମିବ ପରୀକ୍ଷା ଚାପ । ଏଥର ସ୍କୁଲ ପିଲାଙ୍କ ଉପରେ ପରୀକ୍ଷା ଚାପ କମାଇବା ପାଇଁ ପ୍ରସ୍ତାବ ଦେଇଛି ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କ । ଏନସିଏଫ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଭିଭାବକ ଓ ଜନସାଧାରଣଙ୍କ ମତାମତ ଲୋଡାଯାଇଛି । ଏନସିଏଫର ପ୍ରସ୍ତାବ ଅନୁସାରେ ସ୍କୁଲ ପିଲାଙ୍କ ବାର୍ଷିକ ପରୀକ୍ଷା ବର୍ଷରେ ଥରେ ହେଉଥିବାରୁ ପିଲାଙ୍କ ଉପରେ ପରୀକ୍ଷାକୁ ନେଇ ମାନସିକ ଚାପ ରହୁଛି । ବିଶେଷ କରି ମାଟ୍ରିକ ଓ ପ୍ଲସ-ଟୁ ବୋର୍ଡ ଏକଜାମକୁ ନେଇ ପିଲାଙ୍କ ଭୟ ରହୁଛି । ତେଣୁ ମାଟ୍ରିକ ଓ ପ୍ଲସଟୁ ପାଇଁ ବର୍ଷକୁ ଅତିକମରେ ଦୁଇଟି ସେମିଷ୍ଟାର ପରୀକ୍ଷା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଦୁଇଟି ସେମିଷ୍ଟାରର ମାର୍କକୁ ମିଶାଇ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହେବ । ଏପରି ହେଲେ ପିଲାଙ୍କ ମନରୁ ପରୀକ୍ଷା ଭୟକୁ ଦୂରେଇ ଦିଆଯାଇପାରିବ ବୋଲି ଏନସିଏଫ ପ୍ରସ୍ତାବ ଦେଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ