The Topmost

“The eyes believe themselves, the ears believe other people.”

cheapest solar cell

ଶସ୍ତାରେ ପ୍ରସ୍ତୁତ ହେବ ସୋଲାର ସେଲ୍‌

ଦୁନିଆରେ ଅନେକ ଉଦ୍ଭାବନ ଏଭଳି ଅଛି ଯାହା ଲୋକଙ୍କ ଖର୍ଚ୍ଚ କମ କରାଇଥାଏ । ସେହିଭଳି ଏକ ଉଦ୍ଭାବନ କରିଛନ୍ତି ନିୟୁ ହେମ୍ପସ୍ପିୟରର ଡାର୍ଟମୋଥ୍‌ କଲେଜ୍‌ର ଗବେଷକମାନେ । ସେମାନେ ଏକ ପ୍ରିଣ୍ଟଫିଂ ପଦ୍ଧତି ବାହାର କରିଛନ୍ତି, ଯେଉଁଥିରେ କମ ଖର୍ଚ୍ଚରେ ସୋଲାରସେଲ୍‌ ପ୍ରସ୍ତୁତ ହେଇପାରିବ । ସେମାନେ ଏକ ନୂଆ ପେରୋଭସ୍କାଇଟ୍‌ ସୋଲାର ସେଲ୍‌ର ଉଦ୍ଭାବନ କରିଛନ୍ତି, ଯାହା ଏହି ପଦ୍ଧତିକୁ ସମ୍ଭବ କରିବ । ଏହି ମେଟେରିଆଲର ଗଠନ ମିନେରାଲ୍ସ କ୍ୟାଲସିୟମ ଟାଇଟାନିଅମ୍‌ ଅକ୍ସାଇଡ୍‌ ସହ ସମାନ । ଏହାକୁ ବ୍ୟବହାର କରି ଖୁବ କମ ଖର୍ଚ୍ଚରେ ସୋଲାର ସେଲ୍‌ ପ୍ରସ୍ତୁତ ହେବ । ବର୍ତ୍ତମାନ ସୋଲାର ସେଲକୁ ସିଲିକନ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଉଛି । ତେବେ ଏହି ପ୍ରକ୍ରିୟା ସହଜ ନଥିବା ବେଳେ ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମଧ୍ୟ ବେଶି ହେଉଛି । ଏହା ତୁଳନାରେ ଏହି ନୁଆ ସେଲ୍‌ ଗୁଡିକ କ୍ଷୁଦ୍ର ସ୍ପଟିକର ଲେୟାରରୁ ପ୍ରସ୍ତୁତ ହୋଇଛି ।

cheapest solar cell
cheapest solar cell @thetopmost-01

https://thetopmost.in/?p=1212

https://thetopmost.in/?p=1206

https://thetopmost.in/?p=1200

https://thetopmost.in/?p=1173

https://thetopmost.in/?p=1148

ଏହି ସ୍ପଟିକ ଗୁଡିକ କମ୍‌ ଦାମିକିଆ ସହ କମ ସମ୍ବେଦନଶୀଳ ପଦାର୍ଥରୁ ପ୍ରସୁତ କରାଯାଇଛି । କଞ୍ଚା ମାଲକୁ ଏକ ତରଳ ପଦାର୍ଥରେ ମିଶ୍ରଣ କରି ଏକ ପ୍ରକାରର କାଳି ପ୍ରସ୍ତୁତ କରାଯାଉଛି, ଯାହାକୁ ବ୍ୟବହାର କରି ବିଭିନ୍ନ ମେଟେରିଆଲ ଉପରେ ପ୍ରିଣ୍ଟ କରାଯାଇପାରିବ । ଏହି ପଦ୍ଧତି ବ୍ୟବହାର କରି ପୁରା ବିଶ୍ୱରେ ସୋଲାର ସେଲ୍‌ର ପ୍ରସ୍ତୁତିରେ ବିପ୍ଳବ ଆଣିହେବ ।