କ୍ରିପ୍ଟୋକରେନ୍ସି ନାଁରେ ବଡ ଧରଣର ଠକେଇ । ୨୦୦ ପ୍ରତିଶତ ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ୫୦୦ କୋଟିର ଠକେଇ । ଅଭିଯୋଗ ପରେ ଦିଲ୍ଲୀ ପୁଲିସର ଛାନଭିନ୍ ଜାରି ରହିଛି । ସେପଟେ ଅଭିଯୁକ୍ତମାନେ ଦେଶଛାଡି ପଳାଇ ଯାଇଥିବା ସୂଚନା ମିଳିଛି । ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ଲାଗି ଠକମାନଙ୍କ ଏହି ଦଳ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ । କ୍ରିପ୍ଟୋରେ ନିବେଶ କରିବାକୁ ଚାହୁଁଥିବା ନିବେଶକମାନଙ୍କୁ ସେମାନେ ଗୋଆର ଏକ ପଞ୍ଚତାରକା ହୋଟେଲ୍ରେ ଏକତ୍ରୀତ କରିଥିଲେ । ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ନିବେଶକମାନଙ୍କୁ କ୍ରିପ୍ଟୋକରେନ୍ସି କ’ଣ ? ଏହା ପଛରେ ଥିବା ବ୍ଲକ୍ଚେନ୍ ପ୍ରଯୁକ୍ତିର ଜଟିଳ ପ୍ରକ୍ରିୟା କ’ଣ ? ତାହା ବୁଝାଇଥିଲେ । କେଉଁଭଳି ଅତ୍ୟଧିକ ରିଟର୍ଣ୍ଣ ମିଳିବ ତାହା ବୁଝାଇବାରେ ମଧ୍ୟ ସଫଳ ହୋଇଥିଲେ । ନିବେଶ ଉପରେ ୨୦୦% ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ ବୋଲି କହିଥିଲେ । ଆଉ ଶେଷରେ ୫୦୦ କୋଟିର ଠକେଇ କରିଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ