The Topmost

“The eyes believe themselves, the ears believe other people.”

ଲିଥିୟମ ଖଣି ଉପରେ ଆତଙ୍କୀ ନଜର

ଜାମ୍ମୁ କଶ୍ମୀରରେ ଲିଥିୟମ୍ ଖଣି ମିଳିବା ପରେ ଏବେ ଏହା ଉପରେ ଆତଙ୍କବାଦୀଙ୍କ ଆଖି । ଜମ୍ମୁ ରିୟାସୀ ଅଞ୍ଚଳରେ ଧଳା ସୁନା କୁହାଯାଉଥିବା ବିପୁଳ ଲିଥିୟମ୍ ଭଣ୍ଡାରର ସନ୍ଧାନ ମିଳିବା ପରେ ଆତଙ୍କବାଦୀ ସଙ୍ଗଠନ ସରକାରଙ୍କୁ ଧମକ ଭରା ଚିଠି ଲେଖିଛି । ପିପିଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ଏକ ଧମକ ଭରା ଚିଠି ଜାରି କରି ଆକ୍ରମଣ ଧମକ ଦେଇଛି । ଆତଙ୍କବାଦୀ ସଙ୍ଗଠନ କହିଛି ଯେ, ଯାହା ବି ଖଣିରେ ସାଧନ ମିଳିଛି ତାହା କେବଳ ଜମ୍ମୁ-କାଶ୍ମୀରବାସୀଙ୍କର । ଏହା ସେମାଙ୍କର ଉନ୍ନତିରେ ଲାଗିବା ଉଚିତ । ଯଦି କୌଣସି କମ୍ପାନୀ ଏହି ଖଣି ଖନନ କରେ ତେବେ ଆକ୍ରମଣ ହେବା ନିଶ୍ଚିତ ।