The Topmost

“The eyes believe themselves, the ears believe other people.”

Lingaraj

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ ତ୍ରୁଟି ନାହିଁ: ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ସ୍ପଷ୍ଟୀକରଣ

  1. () ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ପ୍ରକାରର ଭୁଲ ନାହିଁ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦ୍ରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧ୍ୟାଦେଶକୁ ନେଇ କେନ୍ଦ୍ର ଯେଉଁ ଆପତ୍ତି ଉଠାଇଥିଲା ସେସବୁର ବିସ୍ତୃତ ଭାବରେ ଉତ୍ତର ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଅନେକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ଆମସାର ଆଇନର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା ।