ଖାଲି ଟମାଟୋ, ବାଇଗଣ କି କାକୁଡ଼ି ନୁହେଁ । କଲବଲ କରୁଛି କଞ୍ଚାଲଙ୍କା ଆଉ ଅଦା ଦର । ରୋଷେଇ ଘରୁ ଉଭାନ ହୋଇଗଲାଣି ଲଙ୍କା । ଜଳଖିଆ ଦୋକାନରେ ବି କଞ୍ଚା ଲଙ୍କା ଦେଖିବା ସ୍ବପ୍ନ । ରାଜ୍ୟରେ ରେକର୍ଡ ଛୁଇଁଛି କଞ୍ଚାଲଙ୍କା ଦର । ବଜାରରେ କଞ୍ଚାଲଙ୍କା କେଜି ପିଛା ଦର ରହିଛି ୪୦୦ ଟଙ୍କା । ବର୍ଷାଦିନ ସମୟରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ବିପୁଳ ପରିମାଣର କଞ୍ଚାଲଙ୍କା ଓଡ଼ିଶା ବଜାରକୁ ଆସିଥାଏ । ମାତ୍ର ଚଳିତବର୍ଷ କମ୍ ଚାଷ ଯୋଗୁ ଉତ୍ପାଦନ ହ୍ରାସ ପାଇଛି । ଫଳରେ ଲଙ୍କାଦର ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଆବଶ୍ୟକ ପରିମାଣର ଲଙ୍କା ଆସୁନଥିବାରୁ ଦାମ ଉଚ୍ଚା ରହୁଛି । ସେପଟେ ଅଦା ଦର ବି ଆକାଶ ଛୁଆଁ । ଅଦା କେଜି ରହିଛି ୩୦୦ ଟଙ୍କା । ସବୁ ସମୟରେ ଅଦା କେଜି ପ୍ରାୟ ୧୦୦ ଟଙ୍କା ରହିଥାଏ । କେତେକ ସମୟରେ ଏହା ସର୍ବାଧିକ ୧୫୦ ଟଙ୍କା ହୋଇଥାଏ । ହେଲେ ଏବେ ଦର ୩୦୦ ଟଙ୍କାକୁ ଉଠିବା ଖାଉଟିଙ୍କୁ ଚିନ୍ତାରେ ପକାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା