The Topmost

“The eyes believe themselves, the ears believe other people.”

ରେଳ ଦୁର୍ଘଟଣା ପରେ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ଘୋଷଣା

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ନେଇ ତାମିଲନାଡ଼ୁରେ ଦିନିକିଆ ଶୋକ ଦିବସ ପାଳନ । ରାଜ୍ୟବ୍ୟାପି ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ତେବେ ଏହି ଦୁର୍ଘଟଣାରେ ଶେଷ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି । ତେବେ ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଡିଓ କନଫରେନ୍ସିଂ ଜରିଆରେ ଦୁର୍ଘଟଣା ବିଷୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହିତ କଥା ହୋଇଛନ୍ତି । ଶୁକ୍ରବାର ଦିନ ହୋଇଥିବା ଏହି ଦୁର୍ଘଟଣାକୁ ଚଳିତ ଦଶକର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ଏହି ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡ୍ ଜିରୋରେ ପହଂଚି ଉଦ୍ଧାର ଅଭିଯାନର ତଦାରଖ କରିଛନ୍ତି ।