ଆଜିକାଲି ରେର୍କଡ ନିଶା ସମସ୍ତଙ୍କର ଘାରିଛି । ଲୋକଙ୍କୁ ବିଭିନ୍ନ ପ୍ରକାରର ରେକର୍ଡ କରୁଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି କେତେକ ରେକର୍ଡ ରହୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଉଛି । ଏହି ରେକର୍ଡ ପଛରେ ରେକର୍ଡଧାରୀଙ୍କର ଅନେକ ପରିଶ୍ରମ ଓ ନିଷ୍ଠା ସାମିଲ ରହୁଛି । ସେହିଭଳି ଜଣେ କ୍ରୋଆଟିଆନ୍ ଫ୍ରିଡାଇଭର ପାଣି ଭିତରେ ଅଧିକ ସମୟ ଚାଲି ରେକର୍ଡ କରିଛନ୍ତି । ଭାଇଟୋମିର୍ ମାରିକିକ୍ ପାଣିଭିତରେ ୧୦୭ମିଟର ଚାଲି ଏହି ରେକର୍ଡ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ବୋରିସ୍ ମିଲୋସ୍କିଙ୍କ ନାମରେ ଥିଲା ଯିଏ ୯୬ ମିଟର ଚାଲିଥିଲେ । ତେବେ ଏହି ପାଣି ଭିତରେ ଚାଲିବା ସେ ସେପେଫମ୍ବର ୨୦୨୧ରେ କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଏକ ସୁଇମିଂ ପୁଲ୍ରେ ସେ ଏହି ଚେଷ୍ଟା କରିଥିଲେ । ସେ ଏହାକୁ ଏକ ଡାକ୍ତରଖାନା ପାଇଁ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ସେ ହାର୍ଟ, ଫୁସ୍ଫୁସ୍ ଓ ରୁମାଟିକ୍ ରୋଗପାଇଁ ସଚେତନତା ସୃଷ୍ଟି କରିଥିଲେ । ସମ୍ପୃକ୍ତ ଡାକ୍ତରଖାନା ଫ୍ରିଡାଇଭିଂ ଉପରେ କରୁଥିବା ଗବେଷଣାକୁ ପ୍ରମୋଟ କରିବା ପାଇଁ ଏହାକୁ କରିଥିଲେ । ଏହି କାରଣରୁ ସେ ନିଜ ନାମକୁ ଗିନିଜ୍ ରେକର୍ଡରେ ସାମିଲ କରିଛନ୍ତି । ପାଣି ଭିତରେ ଭାଇଟୋମିର୍ ନିଜ ନିଶ୍ୱାସକୁ ୩ ମିନିଟ୍ ୬ ସେକେଣ୍ଡପାଇଁ ରୋକି ରଖିବାରେ ସଫଳ ହୋଇଥିଲେ । ସେହିଭଳି ସେ ଏହି ସମୟରେ ନିଜ କାନ୍ଧରେ କିଛି ଓଜନ ଦାର୍ ସାମଗ୍ରୀ ମଧ୍ୟ ରଖିଥିଲେ, ଯାହା ଫଳରେ ସେ ନଭାଷିବେ । ଭାଇଟୋମିର୍ ନିଜର ରେକର୍ଡ ୫୦ ମିଟରର ଏକ ସୁଇମିଂ ପୁଲରେ ସମାପ୍ତ କରିଛନ୍ତି । ତେବେ ଆଗକୁ ନିଜ ରେକର୍ଡ କାଟିବାକୁ ତାଙ୍କର ଲକ୍ଷ ଥିବା ସେ ପ୍ରକାଶ କରିଛନ୍ତି ।
ସେହିଭଳି ଆଉଜଣେ ରେକର୍ଡଧାରୀ ହେଲେ ପୁନେର ପ୍ରାଚୀ ଧବଲ । ସେ ନିଜର ବିରଳ କାର୍ଯ୍ୟ ପାଇଁ ଲଣ୍ଡନ୍ର ୱାଲïର୍ ବୁକ୍ ରେକର୍ଡରେ ସାମିଲ ହୋଇଛନ୍ତି । ସେ ୧୦୦ କେଜିର ଖାଇବା ଉପଯୋଗୀ ଭିଗାନ୍ ଆଇସିଂ ଷ୍ଟ୍ରକଚର ପ୍ରସ୍ତୁତ କରି ଏହି ରେକର୍ଡ କରିଛନ୍ତି । ନିଜ କେକ୍ରେ ସେ ମିଲନ୍ କ୍ୟାଥେଡ୍ରାଲ୍ର ପୂନନିର୍ମାଣ କରିଛନ୍ତି । କଳାକୃତିଟି ଦେଖିବାକୁ ବେଶ୍ ସୁନ୍ଦର ହୋଇଛି । ତେବେ ତାଙ୍କୁ ଏହି କେକ୍ଟି ନିର୍ମାଣ କରିବାକୁ ଅନେକ ପରିଶ୍ରମ ସହ ସମୟ ମଧ୍ୟ ଲାଗିଛି । ନିଜର ସଫଳତାରେ ସେ ବେଶ୍ ଖୁସି ଅଛନ୍ତି । ସେ ପ୍ରଥମେ ୧୫୦୦ଟି ଛୋଟଛୋଟ ପିସ୍ର ନିର୍ମାଣ କରିଥିଲେ ଏହା ପରେ ସେ ଏହାକୁ ସଜାଡିଥିଲେ । ଯାହା କରିବାକୁ ତାଙ୍କୁ ମାସମାସ ସମୟ ଲାଗିଥିଲା । କଳାକୃତିର ଲମ୍ବ ୬ଫୁଟ୍ ୪ଇଞ୍ଚ, ଉଚ୍ଚତା ୪ଫୁଟ ୬ଇଞ୍ଚ ଏବଂ ମୋଟେଇ ୩ଫୁଟ୍ ୧୦ ଇଞ୍ଚ ରହିଛି । ଏହାକୁ କରିବାରେ ତାଙ୍କୁ ଅନେକ ପରିଶ୍ରମ ପଡିଥିଲେ ମଧ୍ୟ ସେ ସର୍ବଦା ନିଜ କାମକୁ ଉପଭୋଗ କରନ୍ତି ବୋଲି ମତ ଦେଇଛନ୍ତି । ତାଙ୍କର ଏହି ସଫଳତା ତାଙ୍କୁ ଆଗକୁ ଆହୁରି ନୂଆ ନୂଆ କଳାକୃତ୍ତି ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ମତ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ