ରୁଷ ଆକ୍ରମଣରେ ପାଲଟା ଜବାବ ରଖିଛି ୟୁକ୍ରେନ । ପାଖାପାଖି ୭ମାସ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଖାରକିଭ କ୍ଷେତ୍ରରେ ପୂର୍ବ ସପ୍ତାହରେ ୟୁକ୍ରେନ ସୈନିକମାନେ ରୁଷକୁ କଡ଼ା ଟକ୍କର ଦେଇଛନ୍ତି । ୟୁକ୍ରେନ ସୈନିକଙ୍କ ସୂଚନା ଅନୁସାରେ ୟୁକ୍ରେନ ସୈନିକମାନେ ଖାରକିଭରେ ରୁଷ ସୈନିକଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଦେଇଥିଲେ । ଏବଂ ରୁଷ ସୈନିକଙ୍କ ସଂଖ୍ୟା କମାଇଦେଇଛି । ୟୁକ୍ରେନର ସେନା ଉତରରେ ଗାଁ ଗୁଡ଼ିକୁ ଘେରି ଦେଇଥିବା ସହ ରୁଷ ସୀମାକୁ ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନର ସୂଚନା ଅନୁସାରେ ଏହି ୬ ମାସର ଯୁଦ୍ଧରେ ସମ୍ଭାବିତ ସଫଳତାରେ ୩ ହଜାର ବର୍ଗ କିଲୋମିଟର କ୍ଷେତ୍ର ଉପରେ ନିୟନ୍ତ୍ରଣ ହାସଲ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍