ଯୁଦ୍ଧରେ ବିଜୟ ହାସଲ ପାଇଁ ରୁଷ୍ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛି । ୟୁକ୍ରେନ୍ର ସ୍ବପ୍ନକୁ ଧୁଳିସାତ କରିଦେଇଥିବା ରୁଷ୍ ଏବେ ୟୁକ୍ରେନ୍କୁ ଅନ୍ଧାର ମଧ୍ୟକୁ ଠେଲିବାକୁ ଯୋଜନା କରିଛି। ରୁଷ୍ ୟୁକ୍ରେନ୍ ଗ୍ରିଡ୍ରୁ ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ରକୁ ବିଚ୍ଛିନ୍ନ କରିଦେବ । ଏହାଦ୍ବାରା ସମଗ୍ର ୟୁକ୍ରେନ୍ରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ । ୟୁକ୍ରେନ୍ ପକ୍ଷରୁ ଏନେଇ ଦାବି ହେବାପରେ ଶୁକ୍ରବାର ଦିନ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ରୁଷ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଜାପୋରିଝିଆ ପରମାଣୁ ଶକ୍ତି କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ରୁଷ୍ ଏହାକୁ ୟୁକ୍ରେନ୍ ଗ୍ରିଡ୍ରୁ ବିଚ୍ଛିନ ନକରୁ । ଜାପୋରିଝିଆର ବିଦ୍ୟୁତ୍ ୟୁକ୍ରେନ୍ର । ଏହି ନୀତିକୁ ସମ୍ପୂର୍ଣ୍ଣ ଭାବେ ସମ୍ମାନ ଦେବାପାଇଁ ଜାତିସଂଖ ମୁଖ୍ୟ କହିଛନ୍ତି । ସେହିପରି ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ସାମରିକ କାର୍ଯ୍ୟକ୍ରମ ବନ୍ଦ କରିବାପାଇଁ ମଧ୍ୟ ଗୁଟେରସ କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ