The Topmost

“The eyes believe themselves, the ears believe other people.”

ରିଲିଜ୍ ହେଲା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ସିନେମା

ରିଲିଜ୍ ହୋଇଛି ଦେଶର ସବୁଠୁ ହାଇବଜେଟ୍ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’। ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’। ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିଛି ସିନେମା । ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍‌ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି । ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’ ଚାଲିଛି । ପ୍ରଥମ ଥର ପାଇଁ ରାମାୟଣକୁ ଏତେ ବଡ଼ ଆକାରରେ ସିଲଭର୍ ସ୍କ୍ରିନରେ ରିଲିଜ୍ କରାଯାଇଛିା ସେଥିପାଇଁ ଆକ୍ସନ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ। ସେହିପରି କୀର୍ତ୍ତି ସେନନ୍‌ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଛି ।