ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବୟାନକୁ ନେଇ ବିବାଦ ଥମିବା ନାଁ ଧରୁନି । ରାହୁଲ ଗାନ୍ଧି ଭାରତର ଗଣତନ୍ତ୍ର ତଥା ସଂସଦ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହାସହ ଏଥିନିମନ୍ତେ ସେ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ଜିଦ୍ ଧରିଛି ବିଜେପି । ରାହୁଲ ଗାନ୍ଧି କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ଚେତାବନୀ ଦେଇଛି ବିଜେପି । ଏପରିକି ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାହୁଲଙ୍କ ଲୋକସଭା ସଦସ୍ୟତା ସମାପ୍ତ କରାଯିବା ନିମନ୍ତେ ବିଜେପି ସାଂସଦ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୦୦୫ ମସିହାରେ ପ୍ରଶ୍ନ ବଦଳରେ ଟଙ୍କା ନେବା ପ୍ରସଙ୍ଗରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । ଏହାଦ୍ୱାରା ସଂସଦର ସମ୍ମାନକୁ ଆଘାତ କରାଯାଇଥିବା ଅଭିଯୋଗ ହେବା ପରେ ଏହି କମିଟି ଗଠିତ ହୋଇଥିଲା । ଉକ୍ତ କମିଟି ୧୧ ଜଣଙ୍କ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିଦେଇଥିଲା, ଯାହା ଯଥାର୍ଥ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଥିଲେ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ