The Topmost

“The eyes believe themselves, the ears believe other people.”

ରାହୁଲଙ୍କୁ ବିବାହ କରିବାକୁ ଇଚ୍ଛୁକ ବଲିଉଡ ଅଭିନେତ୍ରୀ !

ସର୍ବଦା ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା। ସେ ପ୍ରତିଟି ପ୍ରସଙ୍ଗରେ ନିଜର ମତ ରଖିବାକୁ କେବେ ପଛକୁ ହଟନ୍ତି ନାହିଁ । ଏହାସହ ସେ ସର୍ବଦା ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରହିଥାନ୍ତି । ଏବେ ଶର୍ଲିନ ଚୋପ୍ରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶର୍ଲିନ ଚୋପ୍ରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଶର୍ଲିନ କହିଛନ୍ତି କି, ସେ ରାହୁଲ ଗାନ୍ଧୀଙ୍କୁ ବିବାହ କରିପାରନ୍ତି । ଏକ ଫଟୋ ସୁଟ୍ କାର୍ଯ୍ୟକ୍ରମରେ ଏନେଇ ଶର୍ଲିନଙ୍କୁ ଜଣେ ପ୍ରଶ୍ନ ପଚାରିଥିଲେ କି ଆପଣ ରାହୁଲ ଗାନ୍ଧୀଙ୍କୁ ବିବାହ କରିବେ କି ? ଏହି ପ୍ରଶ୍ନର ଉତ୍ତର ଦେଇ ଶର୍ଲିନ କହିଥିଲେ କି କାହିଁକି ନୁହେଁ ! ହେଲେ ବିବାହ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କର ଗୋଟିଏ ସର୍ତ୍ତ ମାନିବାକୁ ପଡିବ । ଏହି ସର୍ତ୍ତ ହେଉଛି ବିବାହ ପରେ ଶର୍ଲିନ ନିଜର ସାଙ୍ଗିଆ ବଦଳାଇବେ ନାହିଁ । ଶର୍ଲିନଙ୍କର ଏହି ବୟାନ ପରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ହେଲେ ଏହା ଉପରେ ରାହୁଲ ଗାନ୍ଧୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।