The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ବଡ ଝଟକା

() ଫ୍ରାନ୍ସ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଝଟକା । ରବିବାର ପ୍ରକାଶିତ ଏକଜିଟ୍ ପୋଲ୍ ଅନୁଯାୟୀ ନବନିର୍ମିତ ବାମପନ୍ଥି ଏବଂ ଦକ୍ଷିଣପନ୍ଥି ରାଜନୈତିକ ଦଳକୁ ବଡ ବିଜୟ ମିଳିପାରେ । ଏଥିପାଇଁ ନ୍ୟାସନାଲ ଆସେମ୍ବ୍ଲିରେ ମାକ୍ରନ ବହୁମତ ହରାଉଥିବା ପରିଲକ୍ଷିତ ହେଉଛି । ସେପଟେ ଏଗଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଫ୍ରାନ୍ସ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଯେପର୍ଯ୍ୟନ୍ତ ମାକ୍ରନ ଅନ୍ୟ ଛୋଟ ଦଳ ସହ ମେଣ୍ଟ କରିବାରେ ସଫଳ ହୋଇନାହାନ୍ତି ସେପର୍ଯ୍ୟନ୍ତ ଫ୍ରାନ୍ସରେ ଝୁଲା ସରକାରର ସମ୍ଭାବନା ବଢିଯାଇଛି । ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ଦିଗରେ ୟୁରୋପୀୟ ନେତା ହିସାବରେ ମାକ୍ରନ ଏକ ବଡ ଭୂମିକା ଗ୍ରହଣ କରୁଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ନିଜ ଦେଶରେ ବହୁମତ ହାସଲ କରି ନପାରିବା ଆଶଙ୍କା ସମସ୍ୟା ସୃଷ୍ଟି କରିଛି ।

SHARE BY