The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ । ମେ ୯ ପରିବର୍ତ୍ତେ ୪ ତାରିଖରେ ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି । ୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ସେହି ରାତିରେ ବାରିପଦା ଆସି ସର୍କିଟ୍ ହାଉସରେ ରହିବେ । ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଏହି ସୂଚନା ଦେଇଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥା କରୁଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।