ରାମ ରହିମଙ୍କ ପାରୋଲ ବିରୋଧରେ ହାଇକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଉଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି । ସେପଟେ ବାବା ରାମ ରହିମ ୟୁପିର ଏକ ଆଶ୍ରମରେ ବସି ପଞ୍ଜାବର ସତସଙ୍ଗ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସୂଚନା ଅନୁସାରେ ଡେରା ପ୍ରମୁଖ ଭଟିଣ୍ଡାର ଡେରା ସଲାବତପୁରାରେ ନିଜର ଅନୁଗାମୀଙ୍କୁ ୟୁପିର ବରନାବା ଆଶ୍ରମରୁ ଅନଲାଇନ ମାଧ୍ୟମରେ ପ୍ରବଚନ ଦେବେ । ଜାନୁଆରୀ ୨୯ ତାରିଖରେ ଏହି ସତସଙ୍ଗ ପାଇଁ ଅନୁମତି ଦିଆଯାଇଛି । ଏହା ଜଣାପଡିବା ପରେ ପଞ୍ଜାବ ରାଜନୀତି ସରଗରମ ହୋଇଛି ।ରାମ ରହିମ ବର୍ତ୍ତମାନ ୪୦ ଦିନିଆ ପାରୋଲରେ ବାହାରକୁ ଆସିଛନ୍ତି । ଏ ବାବଦରେ ଜଣାପଡିବା ପରେ କଂଗ୍ରେସ ଏହାର କଡା ବିରୋଧ କରିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ରନ୍ଧାୱା କହିଛନ୍ତି, ରାଜ୍ୟ ସରକାର କର୍ଫ୍ୟୁ ଲଗାଇ ଅନଲାଇନ ସମାଗମକୁ ରୋକିବା ଉଚିତ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ