ଭାରତୀୟ ବାୟୁସେନାର ୪ଟି ରାଫେଲ ଲଢୁଆ ବିମାନ ଭାରତ ମହାସାଗର ଅଞ୍ଚଳରେ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଏକ ରଣନୈତିକ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନ କାଳରେ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନଗୁଡ଼ିକ ସେମାନଙ୍କର ଦୀର୍ଘ ଦୂରତାର ଯୁଦ୍ଧ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିଲା । ପୂର୍ବ ସେକ୍ଟରର ହାସିମାରା ବାୟୁସେନା ଷ୍ଟେସନରୁ ଉଡ଼ାଣ ଭରିଥିବା ଏହି ବିମାନଗୁଡ଼ିକ ବିଭିନ୍ନ ଯୁଦ୍ଧ କୌଶଳ ଓ ସିମୁଲେଟେଡ୍ ଅପରେସନ୍ ସହିତ ମିଶନ କରିଥିଲେ ଏବଂ ଆଶାନୁରୂପ ଫଳାଫଳ ହାସଲ କରିବା ପରେ ବେସ୍କୁ ଫେରି ଆସଥିଲେ । ଭାରତୀୟ ନୌସେନାର ପଛ ଅଗଣା କୁହାଯାଉଥିବା ଭାରତ ମହାସାଗର ଅଞ୍ଚଳରେ ଚୀନ୍ ନିଜର ଉପସ୍ଥିତି ବଢ଼ାଉଥିବା ବେଳେ ଭାରତୀୟ ବାୟୁସେନା ଏହି ଅଭିଯାନ ଚଳାଇଛି । ୪ଟି ରାଫେଲ ବିମାନର ମିଶନ ବିଭିନ୍ନ ଚ୍ୟାଲେଞ୍ଜିଂ ପରିସ୍ଥିତିର ମୁକାବିଲା କରିବାରେ ସେମାନଙ୍କର କାର୍ଯ୍ୟଦକ୍ଷତା ଏବଂ ପ୍ରସ୍ତୁତିକୁ ଏହି ଅଭିଯାନ କାଳରେ ଦର୍ଶାଇଥିବା କୁହାଯାଉଛି। ବାୟୁସେନା ମଧ୍ୟ ଏହି ମିଶନ ବିଷୟରେ ଟୁଇଟ୍ କରି କହିଛି; ବାୟୁସେନାର ୪ଟି ରାଫେଲ ଆଇଓଆରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଦୂରତା ଅଭିଯାନ ଚଳାଇଥିଲେ । ଏହି ବିମାନଗୁଡ଼ିକ ସେମାନଙ୍କ ୱେପନ୍ ରିଲିଜ୍ ପଏଣ୍ଟକୁ ଯିବା ବାଟରେ ଏକ ବିଶାଳ ଫୋର୍ସ ମୁତୟନ ମଧ୍ୟ ଦେଇ ‘ଲଢ଼େଇ’ କରିଥିଲେ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ