କେନ୍ଦୁପତ୍ରରୁ ସମ୍ପୂର୍ଣ୍ଣ ହଟୁ ଜିଏସଟି । ରାଜ୍ୟସଭାରେ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ସୁଜିତ କୁମାରଙ୍କ ଦାବି । ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ଗୁଜରାଣ ମେଣ୍ଟାଉଛନ୍ତି। କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାରୁ ଏହା ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ କରିବାକୁ ରାଜ୍ୟସଭାରେ ଦାବି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁର୍ବରୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଅନୁରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇନଥିବା ସାଂସଦ କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ