ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ସରକାରଙ୍କ କଠୋର ନିୟମ ସତ୍ତ୍ବେ ଏହା କମିବା ନାଁ ଧରୁନି । ବିଭିନ୍ନ କାରଣରୁ ଆଜି ବି ସମାଜରେ ଶିଶୁ ଶ୍ରମିକ ପ୍ରଥା ତିଷ୍ଠି ରହିଛି । ବଡ଼ ପରିତାପର କଥା ଖୋଦ୍ ରାଜଧାନୀର ରାଜରାସ୍ତାରେ ମାଳମାଳ ଶିଶୁ ଶ୍ରମିକ ଦେଖାଯାଉଛନ୍ତି । ପ୍ରଶାସନର ନଜରରେ ବି ବଞ୍ଚିଛି ଏହି ପ୍ରଥା । ଖୋଦ୍ ରାଜଧାନୀର ଏହି ଦୃଶ୍ୟ ସରକାରୀ ନିୟମକୁ ଉପହାସ କରୁଛି ବୋଲି ଚର୍ଚ୍ଚା ହେଉଥିଲେ ବି ଏହାର ବିଲୋପ ଦିଗରେ ସମସ୍ତେ ଉଦାସୀନ । କିଏ ଜରି ଗୋଟାଉଛି ତ, କିଏ ବାଉଁଶ ପାତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛି । କିଛି ସ୍ଥାନରେ ବିଭିନ୍ନ ଫାଷ୍ଟ୍ ଫୁଡ୍ ଦୋକାନରେ ମଧ୍ୟ ଅନେକ ଛୋଟ ଛୋଟ ପିଲା କାମ କରୁଛନ୍ତି । ବିଭିନ୍ନ ଶିଳ୍ପାଞ୍ଚଳରେ ଥିବା ପାଉଁରୁଟି ଫ୍ୟାକ୍ଟ୍ରି, ମିକ୍ଶ୍ଚର ଫ୍ୟାକ୍ଟ୍ରି ଆଦି ଖାଦ୍ୟ ପ୍ରସ୍ତୁତ କାରଖାନା ଗୁଡ଼ିକରେ ମଧ୍ୟ ବହୁତ ସଂଖ୍ୟାରେ ଛୋଟ ପିଲା କାମ କରୁଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ