ରାଜ୍ୟରେ ବି ତ୍ରିକୋଣୀୟ ଲଢ଼େଇ

ମେ ୧୦ରେ ଅନୁଷ୍ଠିତ ହେବ କର୍ଣ୍ଣ‌ାଟକ ବିଧାନସଭା ନିର୍ବାଚନ । ବିଧାନସଭାରେ ମ୍ୟାଜିକ୍‌ ନମ୍ବର ହାସଲ କରିବାପାଇଁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଜାରି ରହିଥିଲା । ତେବେ ଖାଲି ରାଜ୍ୟରେ ନୁ‌ହେଁ ରାଜ୍ୟ କଂଗ୍ରେସ‌ରେ ବି ତ୍ରିକୋଣୀୟ ଲଢ଼େଇ ଦୃଶ୍ୟମାନ ହେଉଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିଧାୟକ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାରଙ୍କ ମଧ୍ୟରେ ଏବେ ଲଢ଼େଇ ଆରମ୍ଭ ହୋଇଯାଇଛି । ଅନୁଗାମୀ ମାନଙ୍କୁ ଟିକେଟ ଦେବାକୁ ନେଇ ଉକ୍ତ ୩ ବରିଷ୍ଠ ନେତାଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିବା ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ସିଦ୍ଦରମେୟା ଚଳିତ ବିଧାନସଭା ନିର୍ବାଚନ କୋଲାରରୁ ଲଢ଼ିବେନି। ସେ ମହୀଶୂରର ବରୁଣାରୁ ନିର୍ବାଚନ ଲଢ଼ିବେ। ସିଦ୍ଦରମେୟାଙ୍କର ଏହା ଶେଷ ନିର୍ବାଚନ। ତେଣୁ କୌଣସି ପ୍ରକାର ରିସ୍କ ନନେବାପାଇଁ ତାଙ୍କୁ ଦଳ ପକ୍ଷରୁ ବରୁଣାରୁ ଲଢ଼ିବାପାଇଁ କୁହାଯାଇଛି। ବୟସ ଦୃଷ୍ଟିରୁ ଚଳିତ ନିର୍ବାଚନରେ ୭ ଜଣ ବର୍ତ୍ତମାନର ବିଧାୟକଙ୍କୁ ବାଦ୍‌ ଦିଆଯିବ ବୋଲି ଜଣାପଡ଼ିଛି।

SHARE BY