ଏଣିକି ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଏନେଇ ନୂଆ ଶିଳ୍ପାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏବେ ରାଜ୍ୟରେ ୫୧ଟି ଇସ୍ପାତ କାରଖାନା ଥିବାବେଳେ ଆଗକୁ ଆହୁରି ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ଗୃହରେ ଇସ୍ପାତ କାରଖାନାକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଜବାବ ରଖିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି ଯେ ରାଜ୍ୟରେ ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ ଟି ରହିଥିବା ବେଳେ ଯାଜପୁରରେ ୨ଟି କାରଖାନା ହେବ । ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁରରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା