ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା । କମୁଛି ମୁଣ୍ଡପିଛା ଋଣବୋଝ । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି । ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡି଼ଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି । ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ବୀକାର କରିଛନ୍ତି । ୫-ଟି ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା । ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖୁଥିବା ତଥ୍ୟ ଅନୁଯାୟୀ ୨୦୨୨- ୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶାର ଋଣଭାର କମିଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼ିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ