ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କା ଋଣ କରିବେ । ସେହିପରି ୧୪ ହଜାର ଏକ କୋଟି ୩୧ ଲକ୍ଷ ଟଙ୍କା ଋଣ ପରିଶୋଧ କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇସାରିଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୭ ହଜାର ୨ଶହ ୫ କୋଟି ୩ ଲକ୍ଷ ଟଙ୍କା ଥିଲା । ଏହି ସମୟରେ ମୁଣ୍ଡ ପିଛା ଋଣର ପରିମାଣ ୨୨,୦୪୨ ଟଙ୍କା ରହିଥିଲା । ସେପଟେ ସେପ୍ଟେମ୍ବର ସୁଦ୍ଧା ଋଣ ପରିମାଣ ନେଇ ଅର୍ଥ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ ଠାରୁ ୧୮୩୪୭.୮୨ କୋଟି ଟଙ୍କା, ଏନଏସଏସଏଫ ୬୨୪୨.୯୭ କୋଟି, ଖୋଲା ବଜାରରୁ ୨୫୫୫୮.୦୭ କୋଟି ଟଙ୍କା, ନାବାର୍ଡ ୧୬୪୩୧.୫୨ କୋଟି ଟଙ୍କା, ଜିଆଇସିରୁ ୨.୨୮ କୋଟି ଏବଂ ଏସସିଡିଏଫରୁ ୧୫୦ କୋଟି ଟଙ୍କା ଋଣ ଗ୍ରହଣ କରାଯାଇଛି ।
“The eyes believe themselves, the ears believe other people.”
More Stories
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ
ଦୃଷ୍ଟିବାଧିତ ପିଲାଙ୍କୁ ମିଳିବ କମ୍ପିଟେଟିଭ୍ ବ୍ରେଲି ବହି, ସରକାରଙ୍କ ଭିନ୍ନ ପ୍ରୟାସ