ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଫଳରେ ଥଣ୍ଡା ପାଗ ଅନୁଭୂତ ହେବ । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର ଓ ନୟାଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ରହିବ । ଅପରାହ୍ଣରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ଦିନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା କମିବ । ଉପକୂଳ ଓ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ବର୍ଷା ହୋଇପାରେ । ୩୦ ତାରିଖ ଆଡକୁ ରାଜ୍ୟରେ ତାପମାତ୍ରା ଓ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ