The Topmost

“The eyes believe themselves, the ears believe other people.”

ରାଜନୀତିରୁ ଅବସର ନେଲେ ବିଏସ୍ ୟେଦୁରୁପ୍ପା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରୁପ୍ପା ରାଜନୀତିରୁ ଅବସର ନେଇଛନ୍ତି । ସେ ଆଜି ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ। ୟେଦୁରୁପ୍ପା କହିଛନ୍ତି, “ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ବିଜେପିକୁ ଜିତାଇବା ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିବି । ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବିଜେପିକୁ କ୍ଷମତାକୁ ଫେରାଇ ଆଣିବା ଏବଂ ମୁଁ ନିଶ୍ଚିତ ଯେ ଏହା ହେବ ।” ଆଜି କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନର ଶେଷ ଦିନ ଥିଲା । ଏହାପୂର୍ବରୁ ବୁଧବାର ଦିନ ୟେଦୁରୁପ୍ପା କହିଥିଲେ ଯେ ମୁଁ ପୂର୍ବରୁ ଘୋଷଣା କରିସାରିଛି ଯେ ମୁଁ ଏଥର ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ, କିନ୍ତୁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଦଳର ସଫଳତା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବି ।

SHARE BY