ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । ଇଣ୍ଡିଆ ଗେଟକୁ ରିଂ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଦିଲ୍ଲୀରେ ଚର୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ଡେଲିଭରି ଏଜେଣ୍ଟ ଜଣଙ୍କ ପଇସା ଭର୍ତି ବ୍ୟାଗ ନେଇ ଏକ କାରରେ ଗୁରଗାଓଁ ଯାଉଥିଲେ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପ୍ରଥମେ ଗୋଟିଏ ବାଇକରେ ୨ ଜଣ ବ୍ୟକ୍ତି କାର୍ ସାମ୍ନାରେ ଗାଡି ରଖି ପ୍ରଥମେ କାରକୁ ଅଟକାଉଛନ୍ତି । ଆଉ ପରେ ଆଉ ଏକ ବାଇକରେ ଆସୁଥିବା ଯୁବକ କାରରେ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗକୁ ଝାମ୍ପୁଛନ୍ତି । ସେହିପରି ପ୍ରଥମ ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଡେଲିଭରି ଏଜେଣ୍ଟଙ୍କୁ ଡରେଇରଖିଥିଲେ । ଯାହାଫଳରେ ଟଙ୍କା ଦେବା ପାଇଁ ବାଧ୍ୟ ହୋଇଥିଲେ ବ୍ୟକ୍ତିଜଣକ । ତେବେ ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ