The Topmost

“The eyes believe themselves, the ears believe other people.”

ରାଜଧାନୀରେ ପ୍ରଦୂଷଣ ସାମାନ୍ୟ ହ୍ରାସ

ଦିଲ୍ଲୀରୁ ହଟିଲା କଟକଣା । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯେଉଁସବୁ କଟକଣା ଲଗାଇଥିଲେ, ତାକୁ ହଟାଇବାକୁ ନିଷ୍ପତି ନେଇଛନ୍ତି । ଏହାର ସୂଚନା ଦେଇଛନ୍ତି ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ୍ ବା ସିଏକ୍ୟୁମ୍ । ସିଏକ୍ୟୁମ୍ କହିଛନ୍ତି ଯେ ଦିଲ୍ଲୀ-ଏନସିଆରରେ ଅଣବିଏସ-୪ ହାଲୁକା ଡିଜେଲ ଯାନ ଓ ଜାତୀୟ ରାଜଧାନୀରେ ଟ୍ରକ ପ୍ରବେଶ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହି କେନ୍ଦ୍ରୀୟ ପ୍ୟାନେଲ ନଭେମ୍ବର ୩ ତାରିଖରେ ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ବା ଗ୍ରାପ-୪ ଲାଗୁ କରିଥିଲେ ।