The Topmost

“The eyes believe themselves, the ears believe other people.”

ରାଘବ-ପରିଣୀତିଙ୍କ ବାହାଘର ପ୍ରସ୍ତୁତି ଆରମ୍ଭ 

ରବିବାର ରାଜସ୍ଥାନ ଉଦୟପୁରରେ ହେବ ଚଳିତବର୍ଷର ବହୁ ଚର୍ଚ୍ଚିତ ବାହାଘର । ରାଜନେତା ରାଘବ ଚଡ୍ଡାଙ୍କ ହାତ ଧରିବେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଡେଷ୍ଟିନେସ ୱେଡିଂ ପାଇଁ ରାଜସ୍ଥାନ ଉଦୟପୁରକୁ ବାଛିଛନ୍ତି ରାଘବ ଓ ପରିଣୀତି । ଶୁକ୍ରବାରଠୁ ଏଠାରେ ବରକନ୍ୟାଙ୍କ ସମେତ ଅତିଥି ପହଁଚିଲେଣି । ଉଦୟପୁର ବିମାନବନ୍ଦରରେ ଯେତେବେଳେ ରାଘବ ପହଁଚିଥିଲେ ସେତେବେଳେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ପ୍ରାୟତ ନେତା ପୋଷାକ ପରିଧାନରେ ରାଘବଙ୍କୁ ଦେଖିବାକୁ ମିଳେ କିନ୍ତୁ ଆଜି କିଛି ଏଭଳି ଅନ୍ଦାଜରେ ସେ ନଜର ଆସିଥିଲେ । ଜିନ୍ସ ସହ କଳା ଟି-ସାର୍ଟରେ ରାଘକଙ୍କ ଲୁକ ବେଶ ପସନ୍ଦ କରୁଛନ୍ତି ପ୍ରଶଂସକ । ପଛକୁ ପଛ ବିମାନବନ୍ଦରରେ ପହଁଚିଥିଲେ ପରୀଣୀତି । ଏଠାରେ ଉଭୟଙ୍କୁ ଜୋରଦାର ସ୍ୱାଗତ ମିଳିଥିଲା । ଦିଲ୍ଲୀରେ ଅନ୍ୟାନ୍ୟ କାମ ଶେଷ କରି ଉଦୟପୁରରେ ଉଭୟଙ୍କ ପରିବାର ଓ ହାତଗଣତି କିଛି ଅତିଥି ପହଁଚିଛନ୍ତି । ଆଜିଠୁ ୩ଦିନ ଧରି ଚାଲିବ ବାହାଘର କାର୍ଯ୍ୟକ୍ରମ । ପରେ ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପସନ ପାର୍ଟି ।