ଜୁଲାଇ ୧୪ରେ ଲଞ୍ଚ ହେବ ଇସ୍ରୋର ଚନ୍ଦ୍ରୟାନ-୩ । ଅପରାହ୍ନ ୨ଟା ୩୫ରେ ଏହା ଉତକ୍ଷେପଣ ହେବ । ଉତକ୍ଷେପଣ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏପଟେ କିନ୍ତୁ ଗୁଜରାଟ ସୁରଟରେ ଲୋକ ସଚେତନତା ପାଇଁ ରଙ୍ଗୋଲି ହୋଇଛି । ୨୪ ଘଣ୍ଟାରେ ୯୧ ଫୁଟର ଚନ୍ଦ୍ରାୟନ ୩ ଯାନର ରଙ୍ଗୋଲି ବନାଇଛନ୍ତି କଳାକାର । ୧୨ରୁ ୧୩ ରଙ୍ଗକୁ ବିଭିନ୍ନ ସେଡ୍ ଦେଇ ତିଆରି ହୋଇଛି ସୁନ୍ଦର ଓ ଆକର୍ଷଣୀୟ ଥ୍ରୀଡି ରଙ୍ଗୋଲି । ଏକ ସ୍କୁଲରେ ସୁରଟର କିଛି କଳାକାର ଏହି ପେଣ୍ଟିଂ ବନାଇଛନ୍ତି । ଯାହା ଅବିକଳ ଚନ୍ଦ୍ରାୟନ-୩ ପରି ଦିଶୁଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବା ବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । ମାତ୍ର ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ