ଯୋରନ୍ଦା ମହିମା ଗାଦିରେ ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗ । ଉକ୍ତ ଅଞ୍ଚଳରେ ଜାରି ରହିଛି ୧୪୪ ଧାରା । ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ପରିବେଶ ସୃଷ୍ଟି ଆଶଙ୍କାରେ ପୋଲିସ ମୁତୟନ ହୋଇଛନ୍ତି । ଗତକାଲି ଯୋରନ୍ଦା ମହିମା ଗାଦିରେ ଥିବା କୌପିନୀ ସମାଜର ସମସ୍ତ ମନ୍ଦିର ଭାଙ୍ଗାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି କରାଯାଇ ବତି ମନ୍ଦିର, ଧୂନୀ ମନ୍ଦିର, ଭେକ ମନ୍ଦିର ଓ ବାବାଙ୍କ ଟୁଙ୍ଗିଘର ଭାଙ୍ଗିଥିଲା ପ୍ରଶାସନ । ୧୯୪୩ ମସିହାରୁ ବକଳଧାରୀ ଓ କୌପିନୀଧାରୀଙ୍କ ଭିତରେ ଲାଗି ରହିଥିଲା ବିବାଦ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା