ମନୋଜ ନାୟକ! ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଆଣିଛନ୍ତି କ୍ରାନ୍ତି। 1996 ମସିହାରୁ ମନୋଜ ଆଉ ପଛକୁ ଫେରି ନାହାନ୍ତି। ଅନେକ ଘାତ ପ୍ରତିଘାତ ଦେଇ ସେ ଓଡ଼ିଶାର ବିକାଶ ଦିଗରେ ଆଜି ଜଣେ ଆଦର୍ଶ ଭାବେ ଛିଡ଼ା ହୋଇପାରିଛନ୍ତି। କମ୍ ଖର୍ଚ୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ମନୋଜ ପ୍ରୟାସ କରିଛନ୍ତି। ଆଉ ସଫଳ ବି ହୋଇଛନ୍ତି। ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ ପଢା ଲାଗି ପ୍ରାୟ 7ଟି ଦେଶର ଛାତ୍ର ଛାତ୍ରୀ ଆଗ୍ରହ ପ୍ରକାଶ କରି ନାମ ଲେଖାଇବା କିଛି କମ ବଡ କଥା ନୁହେଁ। ମନୋଜ ନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ ଶିକ୍ଷା ଓ ଅନୁସନ୍ଧାନରେ ଆଜିକା ଦିନରେ ପାଖା ପାଖି 10ହଜାର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି।
ସେହି ଭଳି ମନୋଜ ନାୟକ ଙ୍କ ଉଦ୍ୟମରେ ଗଢି ଉଠିଥିବା Sum Hospital ବି ଆଜି ରାଜ୍ୟ ବାସୀଙ୍କ ପ୍ରତି ଉତ୍ସର୍ଗୀକୃତ। ଯାହା ମାଧ୍ୟମରେ ପ୍ରତି ଦିନ ହଜାର ହଜାର ଲୋକ ଚିକିତ୍ସିତ ହେଉଛନ୍ତି। ଯାହା କି ମନୋଜଙ୍କ ପ୍ରତି ଆଶିର୍ବାଦ ପାଲଟିଛି। ଓଡିଶାରେ ଅନେକ ଶିକ୍ଷାବିତ୍ ଜନ୍ମ ନେଇଛନ୍ତି ଆଉ କିଛି ଏଭଳି କରିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ସମୟ ହେଉ ଅବା ଭାଗ୍ୟ କାହାରିକୁ ନା କାହାରିକୁ ସାଥ ଦେଇନି। ଯାହା କି ମନୋଜ ନାୟକଙ୍କ କ୍ଷେତ୍ରରେ ଅଲଗା ପ୍ରମାଣିତ ହୋଇଛି। ଯାହାକୁ ନେଇ ଓଡ଼ିଶାର ଅନେକ ଯୁବ ପିଢ଼ି ମନୋଜ ଙ୍କୁ ନିଜର ଆଦର୍ଶ ବୋଲି ଧରିନେଇଛନ୍ତି। ଆଗକୁ ମନୋଜ ନାୟକ ଙ୍କ ଭଳି ଶିକ୍ଷାବିତ୍ ମାନେ ଆଗକୁ ଆସିବା ଦରକାର। ଯାହାକି ଓଡ଼ିଶାର ବିକାଶ ଦିଗରେ ଆମେ ଆଉ ଦୁଇ ପାଦ ଆଗକୁ ଯାଇପାରିବା।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା