ଋଷ୍: ପାଶ୍ଚାତ୍ୟ ଗଣମାଧ୍ୟମ ରିପୋର୍ଟରେ ବିଡେନ ପ୍ରଶାସନର ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ଋଷ ଚୀନକୁ ସାମରିକ ଉପକରଣ ମାଗିଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୨୦ ଦିନ ପୂର୍ବରୁ ଯୁଦ୍ଧ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ରରୁ ଋଷର ସ୍ୱତନ୍ତ୍ର ସାମରିକ ଅପରେସନ୍ ଚାଲିଥିଲା। କିନ୍ତୁ ଯୁଦ୍ଧର ଏତେ ଦିନ ପରେ ବର୍ତ୍ତମାନ ଋଷ ପାଖରେ ଅସ୍ତ୍ର, ଶସ୍ତ୍ର ଓ ସୈନ୍ୟଶକ୍ତି ସରିବାରେ ଲାଗିଛି । ଏବଂ ଏଥିପାଇଁ ଋଷ ଏହାର ମିତ୍ର ରାଷ୍ଟ୍ର ଚୀନଠାରୁ ସାହାଯ୍ୟର ହାତ ମାଗିଛି । ତେବେ ଋଷର ମିତ୍ରରାଷ୍ଟ୍ର ମଧ୍ୟରେ ଭାରତ ମଧ୍ୟ ରହିଛି ହେଲେ ଭାରତ ଯେହେତୁ ୟୁକ୍ରେନ ସହିତ ମଧ୍ୟ ଭଲ ସମ୍ପର୍କ ରଖିଛି, ଏବଂ ସମ୍ପୂର୍ଣ ଯୁଦ୍ଧ ସମୟସୀମା ମଧ୍ୟରେ ଭାରତ ନିରପେକ୍ଷ ରହି ଆସିଛି । ତେଣୁ ଏପରି ସ୍ଥିତିରେ ଅନ୍ୟ ସାମରିକ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନ୍ ସହିତ ମିଶି ଋଷକୁ ଅର୍ଥନୈତିକ ସ୍ତରରେ ଏକ ଘରିକିଆ କରିଛନ୍ତି ଓ ଏକ ପ୍ରକାର ଆକ୍ରମଣ ମଧ୍ୟ କରୁଛନ୍ତି । ତେବେ ଏହି ସ୍ଥିତିରେ ଋଷ ପାଖରେ ସାହାଯ୍ୟ କରିବା ପାଇଁ କେବଳ ଚାଇନା ହିଁ ରହିଛି । ତେଣୁ ଋଷ ସାହାଯ୍ୟ ପାଇଁ ଚୀନକୁ ହାତ ମାଗିଥିବା ଖବର ରହିଛି ।
More Stories
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ