ଗୋ ଫାଷ୍ଟ ଏୟାରଲାଇନ୍ସକୁ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିବା ଗୋ ଫାଷ୍ଟ ଏୟାରଲାଇନ୍ସକୁ ମହଙ୍ଗା ପଡିଛି । ଚଳିତ ମାସ ୯ ତାରିଖରେ ଗୋ ଫାଷ୍ଟ ଏୟାରଲାଇନ୍ସ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିଥିଲା । ବେଙ୍ଗାଳୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ଏହି ବିମାନ ଉପରେ ଜୋରିମାନା ଲଗାଇଛି ଡିଜିସିଏ । ଯାତ୍ରୀଙ୍କୁ ଛାଡିଯିବା ଘଟଣାରେ ଏୟାରଲାଇନ୍ସ କ୍ଷମା ମାଗିବା ସହ ଏକ ଘୋଷଣା ମଧ୍ୟ କରିଥିଲା । ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଆଗାମୀ ୧୨ ମାସ ମଧ୍ୟରେ ଦେଶର ଯେକୌଣସି ସ୍ଥାନକୁ ଯିବାକୁ ମାଗଣା ଟିକେଟ ଦିଆଯିବ। ଏହାସତ୍ତ୍ୱେ ଏୟାରଲାଇନ୍ସ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିସିଏ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ