The Topmost

“The eyes believe themselves, the ears believe other people.”

ମ୍ୟାଚ୍ ରେ ହାରିଯିବାରୁ ସାଙ୍ଘାତିକ ଦଙ୍ଗା

ବ୍ରସେଲ୍ସରେ ଦଙ୍ଗା ପରିସ୍ଥତି ସୃଷ୍ଟି । ଯାନବାହାନ ଜଳାପୋଡା ସହ କିଛି ଲୋକ ଗିରଫ । ସୂଚନା ଅନୁସାରେ କାତାରରେ ଚାଲିଥିବା ଫିଫା ୱାର୍ଲ୍ଡ କପରେ ମୋରୋକୋଠାରୁ ବେଲଜିୟମ ହାରିଯିବା ପରେ ବ୍ରସେଲ୍ସରେ ଦଙ୍ଗା ପରିସ୍ଥତି ସୃଷ୍ଟି ହୋଇଛି । ଏହି ଦଙ୍ଗାରେ ଯାନବାହାନ ଜଳାପୋଡା ହେବା ସହ କିଛି ଲୋକଙ୍କୁ ଗିରଫ କରାଯାଇଛି । ଏହାସହ ୧୨ଜଣଙ୍କୁ ଅଟକ ରଖାଯାଇଛି । ତେବେ ଏହି ଦଙ୍ଗା ତୀବ୍ର ରୂପ ନେବାରୁ ପୋଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିବା ସହିତ ଲୁହବୁହା ବାଷ୍ପ ଛାଡ଼ିଥିଲା ।