The Topmost

“The eyes believe themselves, the ears believe other people.”

ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଲିଡରଙ୍କୁ ହତ୍ୟା 

ମୋଷ୍ଟୱାଣ୍ଟେଡ୍ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା । ମିଳିଥିବା ସୂଚନା ଅନୁଯାୟୀ, ଗୁରୁଦ୍ୱାରା ନିକଟରେ ଥିବା ପାର୍କିଂ ସ୍ଥଳରେ ନିଜାରକୁ ଗୁଳି କରି ହତ୍ୟା କରାଯାଇଛି । ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ସହ ଆଉ ଦୁଇ ଜଣ ଥିଲେ। ବର୍ତ୍ତମାନ ତଦନ୍ତକାରୀ ଏଜେନ୍ସିମାନେ ଆକ୍ରମଣକାରୀଙ୍କ ପରିଚୟ ସଂଗ୍ରହ କରିବାରେ ଲାଗିଛନ୍ତି । ଗୁଇନ୍ଦା ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାର ବହୁ ବର୍ଷ ଧରି କାନାଡାରେ ରହୁଥିଲେ ଏବଂ ସେଠାରୁ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲେ । ଗତ ବର୍ଷକ ମଧ୍ୟରେ ଭାରତୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ ପାଇଁ ନିଜାର ଆହୁରି ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାରଣ ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟରମାନଙ୍କୁ ବିଦେଶରୁ ଲଜିଷ୍ଟିକ୍ ଏବଂ ଟଙ୍କା ଯୋଗାଇବା ଆରମ୍ଭ କରିଥିଲେ । କିଛି ଦିନ ତଳେ ଭାରତ ସରକାର ହରଦୀପ ସିଂହ ନିଜାରଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ ।