The Topmost

“The eyes believe themselves, the ears believe other people.”

ମୋରାରୀ ବାପୁଙ୍କ ‘ରାମକଥା’ ଶୁଣିଲେ ଋଷି ସୁନକ୍ 

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍ ମଙ୍ଗଳବାର କେମ୍ବ୍ରିଜ ୟୁନିଭର୍ସିଟିରେ ଆୟୋଜିତ ‘ରାମକଥା’ ଶୁଣିବାକୁ ପହଞ୍ଚିଥିଲେ । ସେଠାରେ ଆଧ୍ୟାତ୍ମିକ କଥାବାଚକ ମୋରାରୀ ବାପୁଙ୍କୁ ପ୍ରଣାମ କରି ରାମକଥା ଶୁଣିବା ସହ ଜୟ ସିୟାରାମ ବୋଲି ନାରା ଦେଇଥିଲେ । ଏବଂ ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ‘ରାମକଥା’ ଶେଷ ହେବା ପରେ ନିଜର ମନ୍ତବ୍ୟ ରଖିଥିଲେ ଋଷି ସୁନକ । ଏବଂ କହିଥିଲେ, ସେ ଏଠାକୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହଁନ୍ତି ବରଂ ଜଣେ ସାଧାରଣ ହିନ୍ଦୁ ଭାବେ ଆସିଛନ୍ତି । ଭାରତର ସ୍ୱତନ୍ତ୍ରତା ଦିବସ ଅବସରରେ ଶ୍ରୀରାମକଥା ଶୁଣିବାକୁ ମିଳିବା ତାଙ୍କ ପାଇଁ ଭାଗ୍ୟର କଥା ବୋଲି କହିଛନ୍ତି ଋଷି ସୁନକ ।