ମୋଦି ସରନେମ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୋଦି ସରନେମ୍ ମାମଲାରେ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ କୋର୍ଟ ନୋଟିସ କରିଥିଲେ । ତେବେ ଶୁଣାଣି ପୂର୍ବରୁ ରାହୁଲ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି । ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ରାହୁଲ ଅପିଲ କରିଛନ୍ତି । ରାହୁଲ କହିଛନ୍ତି, ଜେଲଦଣ୍ଡ କାରଣରୁ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ମାମଲା କରିଥିବା ପୂର୍ଣ୍ଣେଶ ମୋଦି ନିଜେ ମୂଳ ମୋଦି ସଂପ୍ରଦାୟର ନୁହଁନ୍ତି । ପୂର୍ବରୁ ଏପରି ମାମଲାରେ କେହି ଦଣ୍ଡିତ ହୋଇନାହାନ୍ତି । କ୍ଷମା ମାଗିବାକୁ ମନା କରିବାକୁ ଗର୍ବୀ ବୋଲି କୁହାଯାଇପାରିବ ନାହିଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ