The Topmost

“The eyes believe themselves, the ears believe other people.”

ମୋଦି ଓ ଯୋଗୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର

ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏନେଇ ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ପାକିସ୍ତାନରୁ ଆସିଥିବା ମହିଳା ସୀମା ହାଇଦର । ସୀମା ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଆଉ ପଠାଇଛନ୍ତି । ତେବେ ସୀମା ଆଉ କାହାକୁ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ପଠାଇଛନ୍ତି । କେବଳ ମୋଦୀଙ୍କୁ ନୁହେଁ, ଯୋଗୀ ଆଦିତ୍ୟନାଥ, ରାଜନାଥ ସିଂ, ଅମିତ ଶାହା ଓ ମୋହନ ଭଗବତ ସମେତ ବହୁ ପ୍ରମୁଖ ନେତାଙ୍କୁ ସୀମା ରାକ୍ଷୀ ପଠାଇଛନ୍ତି । ଯାହାର ଏକ ଭିଡ଼ିଓ ଜାରି କରି ଖୁବ ଖୁସି ଅଛନ୍ତି ସୀମା । ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀଙ୍କ ସମେତ ବହୁ ନେତାଙ୍କୁ ନିଜେ ରାକ୍ଷୀ ପ୍ରସ୍ତୁତ କରି ପଠାଇଛନ୍ତି ସୀମା । ଭିଡ଼ିଓରେ ରାକ୍ଷୀ ପଠାଇଥିବା ନେଇ କହିବା ସହ ଦେଶର ଦାୟିତ୍ୱ ଏହି ପ୍ରମୁଖ ବ୍ୟକ୍ତିଙ୍କ କାନ୍ଧରେ ରହିଛି ବୋଲି କହିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ରାଖୀ ପହଁଚିଯିବା ନେଇ ସେ ଆଶା ରଖିଛନ୍ତି । ଜାରି କରିଥିବା ଭିଡ଼ିଓରେ ପ୍ରଥମରୁ ଜୟ ଶ୍ରୀରାମ କହି ଆରମ୍ଭ କରିଥିବାବେଳେ ଶେଷରେ ଜୟ ହିନ୍ଦୁସ୍ଥାନ ଜିନ୍ଦାବାଦ କହି ଶେଷ କରିଛନ୍ତି । ଏବଂ ଖୁବ ଖୁସିଥିବା କହିଛନ୍ତି ପାକିସ୍ତାନରୁ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ।