ମେ’ ମାସରେ ବାତ୍ୟା ନେଇ ଘନେଇବାରେ ଲାଗିଛି ଆଶଙ୍କା । ହେଲେ ପୂର୍ବ ଆକଳନରେ କୌଣସି ପରିବର୍ତ୍ତନ କରାଯାଇନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡିର ସୂଚନା ଅନୁସାରେ ମେ’ ୫ ତାରିଖ ଆଡକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ହେବା ନେଇ ଅନ୍ୟ ମଡେଲ ଆକଳନ କରୁଛନ୍ତି । ଅନ୍ୟ ମଡେଲ ଉପରେ ନଜର ରଖାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏପଟେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍