ଗାମ୍ବିଆ ପରେ ଏବେ ଉଜବେକିସ୍ଥାନର ସାଙ୍ଘାତିକ ଅଭିଯୋଗ । ମେଡ ଇନ ଇଣ୍ଡିଆ ମେଡିସିନ ଖାଇ ୧୮ ଶିଶୁଙ୍କ ମୃତ୍ୟୁ ।ଗାମ୍ବିଆ ପରେ ଏବେ ଉଜବେକିସ୍ଥାନରେ କଥିତ ଭାବେ ଭାରତୀୟ ଔଷଧ କମ୍ପାନୀର କଫ ସିରପ ପିଇ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ । ମେଡ ଇନ ଇଣ୍ଡିଆ ମେଡିସିନ ଖାଇ ୧୮ ଶିଶୁଙ୍କ ମୃତ୍ୟୁ ଅଭିଯୋଗ । ଉଜବେକିସ୍ତାନ ସରକାର ଏଥିାଇଁ ଭାରତକୁ ଦାୟୀ କରିଛନ୍ତି । ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଔଷଧ କମ୍ପାନୀ ଦ୍ୱାରା ନିର୍ମିତ କଫ ସିରପ ପିଇ ଶିଶୁଙ୍କ ମୃ୍ତ୍ୟୁ ହୋଇଛି । ରିପୋର୍ଟରେ ଦାବି କରାଯାଇଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ଫାର୍ମାସ୍ୟୁଟିକାଲ କମ୍ପାନୀ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରସ୍ତୁତ Dok-1 Max ସିରପ ପିଇବା କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଔଷଧ କମ୍ପାନୀ ୨୦୧୨ ମସିହାରେ ଉଜବେକିସ୍ତାନ ବଜାରରେ ପାଦ ଥାପିଥିଲା । ସେପଟେ ଏହି କଫ ସିରପ ଭାରତରେ ବିକ୍ରି ହେଉନଥିବା ମଧ୍ୟ ସୂଚନା ମିଳିଛି । ଏହା ପୂର୍ବରୁ ଅକ୍ଟୋବରରେ ଆଫ୍ରିକୀୟ ଦେଶ ଗାମ୍ବିଆରେ ଭାରତରେ ନିର୍ମିତ କଫ ସିରପରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ