ଲୋକତନ୍ତ୍ର ବଞ୍ଚାଇବାକୁ ଅନୁରୋଧ କଲେ ମମତା । ଦେଶର ମୁଖ୍ୟ ବିଚାରପତିଙ୍କୁ ନିବେଦନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମମତା ବାନାର୍ଜୀ ସବୁବେଳେ ଦେଶର ଲୋକତାନ୍ତ୍ରିକ ସଂସ୍ଥା ଉପରେ କେନ୍ଦ୍ର ସରକାରଙ୍କ ଚାପକୁ ନେଇ ଅଭିଯୋଗ କରିଆସୁଛନ୍ତି । ଏହାସହ ସେ ଏବେ ଦାବି କରିଛନ୍ତି କି ଯଦି ଦେଶରେ ଏହି ପ୍ରକ୍ରିୟା ଜାରି ରହିବ ତେବେ ଆଗାମୀ ଦିନରେ ଦେଶରେ ରାଷ୍ଟ୍ରପତି ଶାସନ ଲାଗୁହେବା ନିଶ୍ଚିନ୍ତ । ଏନେଇ ଏବେ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଲୋକତନ୍ତ୍ରର ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି । ସୂଚନା ମୁତାବକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁ ୟୁ ଲଲିତ ଆଜି କୋଲକତାର ରାଷ୍ଟ୍ରୀୟ ନ୍ୟାୟିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା ବାନାର୍ଜୀ ଏଭଳି କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍