ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି । ଗୌହାଟିରେ ବିଦ୍ରୋହୀ ଶିବିରରେ ସାମିଲ ହେଲେ ଆଉ ୪ ଶିବସେନା MLA । ସେପଟେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି ଉଦ୍ଧବ ଠାକରେ । ସେପଟେ ସରକାରୀ ବାସଭବନ ଛାଡ଼ି ମାତୋଶ୍ରୀରେ ରହିଲେ ଉଦ୍ଧବ । ଗତକାଲି ରାତିରେ ସେ ସରକାରୀ ବାସଭବନ ତ୍ୟାଗ କରିଥିଲେ । ସମସ୍ତ ପ୍ରତିବନ୍ଧକର ମୁକାବିଲା କରାଯିବ ବୋଲି କହିଛନ୍ତି ଦଳର ନେତା ସଞ୍ଜୟ ରାଓ୍ୱତ । ଅପ୍ରାକୃତିକ ମେଣ୍ଟରୁ ବାହାରିବାକୁ ଆହ୍ୱାନ ଦେଇଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ଶିବସେନାରେ ସଂକଟ ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ବିଚାରାଧାରାରୁ ଓହରିଯାଇ ନାହିଁ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଉଦ୍ଧବ । ତେବେ ସେ ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛନ୍ତି, ଜଣେ ଯଦି ଶିବସେନା ବିଧାୟକ କହିବେ, ତାହା ହେଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଉଦ୍ଧବ ଠାକ
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ