ଦେଶର ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ । ଇମେଲରେ ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ୨୦ କୋଟି ଟଙ୍କା ମାଗିଛି ଏବଂ ନଦେଲେ ଜୀବନ ହରାଇବାକୁ ପଡିବ ବୋଲି ଧମକ ଦେଇଛି । ପୁଲିସଠାରୁ ମିଳିଥିବା ତଥ୍ୟ ମୁତାବକ, ଅକ୍ଟୋବର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଇମେଲ ଆଇଡିରେ ଏକ ଅଜ୍ଞାତ ମେଲ୍ ଆସିଥିଲା । ଧମକପୂର୍ଣ୍ଣ ମେଲରେ ଲେଖଥିଲା, ‘IF you don’t give us 20 crore rupees, we will kill you, we have the best shooters in India’ ଏହି ମେଲ ମିଳିବା ପରେ ମୁକେଶଙ୍କ ସିକ୍ୟୁରିଟି ଇନଚାର୍ଜଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଗାମଦେବୀ ପୁଲିସ ଆଇପିସି ଧାରା ୩୮୭ ଓ ୫୦୬ ଆଧାରରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି । ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ମୁକେଶଙ୍କୁ ଧମକ ମିଳିଥିଲା ଏବଂ ତାଙ୍କ ଘର ‘ଏଣ୍ଟିଲିଆ’ ନିକଟରୁ ବିସ୍ଫୋରକ ଭରା ଏସୟୁଭି ମିଳିଥିଲା । ତେଣୁ ତାଙ୍କର ସିକ୍ୟୁରିଟି କଡାକଡି କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ