ମିଲେଟ କ୍ଷେତ୍ରରେ ଓଡିଶା ମିଲେଟ ମିଶନର ଅବଦାନକୁ ଜାତୀୟ ସ୍ତରରେ ମିଳିଛି ପ୍ରଶଂସା । ନିମୋନିଆ ଓ ଡାଇରିଆ ଭଳି ରୋଗର ନିୟନ୍ତ୍ରଣ ଯୋଗୁଁ ରାଜ୍ୟରେ କମିଛି ଶିଶୁ ମୃତ୍ୟୁ ହାର । ଏହାସହ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଭଳି ପଦକ୍ଷେପକୁ ନୀତି ଆୟୋଗଙ୍କ ପ୍ରଶଂସା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲ୍ଲକ୍ଷେ ନୀତି ଆୟୋଗ ଦେଶର ୭୫ଟି ବେଷ୍ଟ ପ୍ରାକ୍ଟିସକୁ ନେଇ ପ୍ରକାଶ କରିଛି ସ୍ୱତନ୍ତ୍ର ସୋସିଆଲ ସେକ୍ଟର ରିପୋର୍ଟ । ଓଡ଼ିଶା ମିଲେଟ ମିଶନ ଦେଇଛି ନୂଆ ପରିଚୟ । ସବୁଠି ଓଡ଼ିଶା ପାଇଛି ସଫଳତା । ଶିଶୁ ମୃତ୍ୟୁହାର କମାଇବାରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ । ଯୋଗାଯୋଗ କ୍ଷେତ୍ରରେ ବି କମ୍ୟୁନିଟି ରେଡ଼ିଓ କରୁଛି କମାଲ । ଓଡ଼ିଶାର ୩ଟି ସରକାରୀ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲ୍ଲକ୍ଷେ ବିଭିନ୍ନ ରାଜ୍ୟର ୭୫ଟି ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମକୁ ନେଇ ନୀତି ଆୟୋଗ ପ୍ରକାଶ କରିଛି ସ୍ବତନ୍ତ୍ର ରିପୋର୍ଟ । ‘ବେଷ୍ଟ ପ୍ରାକ୍ଟିସ ଇନ୍ ସୋସିଆଲ ସେକ୍ଟର: ଏ କମ୍ପେଡ଼ିୟମ ୨୦୨୩’ ରିପୋର୍ଟରେ ସାମାଜିକ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାର ନେଉଥିବା ଭଲ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ଏପରିକି ସବୁ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମକୁ ଅନ୍ୟମାନେ ଅନୁକରଣ କରିବା ଉଚିତ ବୋଲି ନୀତି ଆୟୋଗ ପରାମର୍ଶ ଦେଇଛି ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା