Mika Singh To Host A 'Swayamvar'

ମିକାଙ୍କ ସ୍ୱୟଂବର

ନୂଆଦିଲ୍ଲୀ :ଫେବୃଆରୀ ୨୮: ଜାତୀୟ ଟେଲିଭିଜନରେ ରାକ୍ଷୀ ସାୱନ୍ତ, ରତନ ରାଜପୁତ, ରାହୁଲ ମହାଜନ ଏବଂ ମଲ୍ଲିକା ଶେରାୱତ୍ ନିଜ ସ୍ୱୟଂବର କରିଥିଲେ। ଏମାନଙ୍କ ମଧ୍ୟରୁ ରାକ୍ଷୀଙ୍କ ସିଜିନ୍ ସବୁଠାରୁ ଲୋକପ୍ରିୟ ମଧ୍ୟ ହୋଇଥିଲା। ଶୋ ଶେଷ ହେବା ପରେ ସେମାନଙ୍କ ସମ୍ପର୍କ କେତେ ଦିନ ତିଷ୍ଠିଲା ତାକୁ ମଧ୍ୟ ସମସ୍ତେ ଦେଖିଥାନ୍ତି। ତେବେ ପୁଣି ଏହି ସ୍ୱୟଂବରର ନୂଆ ଖବର ସାମ୍ନାକୁ ଆସିଛି । ଲୋକ ପ୍ରିୟ ଗାୟକ ମିକା ସିଂ ରିଆଲିଟି ଶୋ ମାଧ୍ୟମରେ ତାଙ୍କ ପାଇଁ ସାଥୀ ଖୋଜିବାକୁ ପ୍ରସ୍ତୁତ ହେଉଛନ୍ତି । ୪୪ ବର୍ଷିୟା ମିକା ଶୋ ରେ କିନ୍ତୁ ବିବାହ କରିବେ ନାହିଁ। ମିଡିଆ ରିପୋର୍ଟ ଅନୁ୍ଯାୟୀ ମିକା ବିବାହ କରିବେ ନାହିଁ, କେବଳ ନିର୍ବନ୍ଧ କରିବେ । ତେବେ ଏହି ଶୋରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ସବୁଠାରୁ ବଡ କଥା ହେଲା ରାକ୍ଷୀ ସାୱନ୍ତଙ୍କୁ ମିକାଙ୍କ ଶୋରେ ପ୍ରତିଯୋଗୀ ଭାବରେ ମଧ୍ୟ ଦେଖିବାକୁ ମିଳିବ । ଦୁହିଁଙ୍କର ବହୁ ପୁରୁଣା ଝଗଡା ରହିଛି । ତେବେ ରାକ୍ଷୀ ଓ ମିMା ପୂର୍ବରୁ ନିଜର କିସ କଣ୍ଟ୍ରୋଭର୍ସିକୁ ନେଇ ଚର୍ଚ୍ଚାରେ ଥିଲେ । ତେବେ ସେମାନଙ୍କ ଏହି ଶୋ ବେଶ୍‌ ଧମାସ କରିବ ବୋଲି ଚର୍ଚ୍ଚା ହେଉଛି ।

SHARE BY