ସୁନ୍ଦରଗଡ ଭଜପୁର ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟପାଳ ରଘୁବର ଦାଶ । ୩ ଦିନିଆ ସୁନ୍ଦରଗଡ ଗସ୍ତରେ ଆସି ପ୍ରଥମ ଦିନରେ ସବଡେଗା ବ୍ଳକର ଭଗପୁରରେ ଥିବା ଅଙ୍ଗଡ଼ୱାଡି କେନ୍ଦ୍ର ବୁଲି ଦେଖିଥିଲେ । ତା ସହିତ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ବୁଲିଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ମାଆ ଓ ଶିଶୁ ମାନଙ୍କୁ କିଭଳି ପୋଷଣ ଯୁକ୍ତ ଖାଦ୍ୟ ମିଳିପାରିବ ସେଥଇପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ ରାଜ୍ୟପାଳ । ଏନେଇ ଅଧିକାରୀ ମାନଙ୍କୁ ତାଗିଦ୍ ମଧ୍ୟ କରିଥିଲେ । ସେହିଭଳି ପ୍ରାଥମିକ ବିଦ୍ୟାଳୟ ଯାଇ କିଭଳି ଡ୍ରପଆଉଟ ରୋକାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ଶେଷରେ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଜ୍ୟପାଳ ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ