The Topmost

“The eyes believe themselves, the ears believe other people.”

ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ବସ୍ତୀ । କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୬ ଟଙ୍କା ହ୍ରାସ । ଏହି ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୧୯୭୬ ଟଙ୍କା ରହିଛି । ଏହାର ମୂଲ୍ୟ ୨୦୧୨.୫୦ ଟଙ୍କା ଥିଲା । ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୦୩ ଟଙ୍କା ଥିଲା । ଦିଲ୍ଲୀରେ ଗତ ଏକ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୧୫ ଟଙ୍କା ବୃଦ୍ଧି ପାଇଛି । ଏହାର ମୂଲ୍ୟ ୮୩୪.୫୦ ଟଙ୍କା ବୃଦ୍ଧି ପାଇ ୧,୦୦୩ ଟଙ୍କାରେ ପହଞ୍ଚିଛି, ଯାହା ବର୍ତ୍ତମାନ ଆଉ ୫୦ ଟଙ୍କା ବୃଦ୍ଧି ପାଇଛି ।

SHARE BY