The Topmost

“The eyes believe themselves, the ears believe other people.”

ମାଲକାନଗିରିରେ ଜଙ୍ଗଲରେ ଅଲ୍ଲୁ ଅର୍ଜୁନ

ମାଲକାନଗିରି ଜଙ୍ଗଲରେ ପୁଷ୍ପାରାଜ୍ ।  ଫିଲ୍ମ ନିର୍ଦ୍ଦେଶକଙ୍କୁ ଟାଣି ଆଣିଛି ସ୍ବାଭିମାନ ଅଞ୍ଚଳର ସବୁଜ ବନାନୀ । ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଦମଦାର ଫିଲ୍ମ ପୁଷ୍ପା ପାର୍ଟ-୨ର ସୁଟିଂ । ଏବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୟ ସହ ଦେଖିବାକୁ ମିଳିବ ସ୍ବାଭିମାନ ଅଞ୍ଚଳର ମନରୋମ ଦୃଶ୍ୟ । ମାଲକାନଗିରି ସ୍ବାଭିମାନ ଅଞ୍ଚଳର ପାଦଦେଶ ତଥା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ତରାବୁରେ ଆରମ୍ଭ ହୋଇଛି ପୁଷ୍ପା ପାର୍ଟ-୨ରୁ ସୁଟିଂ । ମଙ୍ଗଳବାର ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ସୁଟିଂ ଆରମ୍ଭ କରିଦେଇଛନ୍ତି । ମାଲକାନଗିରିର ଘନ ଜଙ୍ଗଲ ଭିତରେ ସୁଟିଂ ପାଇଁ ତିଆରି ହୋଇଛି ସେଟ୍ । ଆଉ ଫିଲ୍ମର ସମସ୍ତ ମେମ୍ବରଙ୍କ ପାଇଁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଜଙ୍ଗଲରେ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସମେତ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀ ପହଞ୍ଚି ଫିଲ୍ମର ନିର୍ଦ୍ଦେଶକଙ୍କ ମୁତାବତ ଅଭିନୟ ଆରମ୍ଭ କରୁଛନ୍ତି ।