ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ସଚେତନତା ଶିବିର । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଲିଭ ରିଡଲେ କଇଁଛଙ୍କୁ ମାରିବା ନାହିଁ ବରଂ ସେମାନଙ୍କର ସୁରକ୍ଷା କରିବା । ଏଥିରେ ଏଭଳି ବାତ୍ତା ଦିଆଯାଇଛି । ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ । ଅଲିଭ ରିଡଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରିଛି ବନ ବିଭାଗ । ଏସବୁ ବିଷୟରେ ରମ୍ଭା ବନ୍ୟପ୍ରାଣୀ ବନାଂଚଳ ତରଫରୁ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ସମୁଦ୍ର କୂଳକୁ ଆସୁଥିବା ଅଲିଭ ରିଡଲେଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଏନେଇ ଛାତ୍ରଛାତ୍ରୀଙ୍କୁ ବନାଂଚଳ ଅଧିକାରୀ ନରସିଂହ ବେହେରା ବୁଝାଇଥିଲେ । ସଚେତନତା ଶିବିରରେ ଛାତ୍ରଛାତ୍ରୀଙ୍କସହ ବନକର୍ମଚାରୀ ଓ ଗାଁ ଲୋକମାନେ ସାମିଲ ହୋଇଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା