January 15, 2026

ମହିଳା ଯବାନଙ୍କ ପାଇଁ ଦୀପାବଳି ଉପହାର

ମହିଳା ଯବାନଙ୍କ ପାଇଁ ଦୀପାବଳି ଉପହାର । ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ମହିଳା ସୈନିକ, ନାବିକ ଓ ବାୟୁସେନା ଯୋଦ୍ଧାମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଛୁଟି ପ୍ରଦାନ କରୁଥିବା ଏକ ଅଭୂତପୂର୍ବ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅନୁମୋଦନ କରିଛନ୍ତି । ଏହି ନୂଆ ନିୟମ ସବୁ ପଦବୀର ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ । ଅଫିସରମାନେ ଯେଭଳି ଛୁଟିର ଲାଭ ପାଉଛନ୍ତି ଅନ୍ୟ ସମସ୍ତ ମହିଳା ସୈନିକ ଓ କର୍ମଚାରୀ ସେହି ସମାନ ଲାଭ ପାଇପାରିବେ। ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସମାଧାନ କରିବ ଏବଂ ସେମାନଙ୍କ କାର୍ୟ୍ୟ ଅବସ୍ଥାରେ ଉନ୍ନତି ଆଣିବ। ଏହାଦ୍ୱାରା ସେମାନେ ସେମାନଙ୍କ ବୃତ୍ତିଗତ ଏବଂ ପାରିବାରିକ ଜୀବନକୁ ଅଧିକ ପ୍ରଭାବଶାଳୀ ଭାବରେ ସନ୍ତୁଳିତ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

SHARE BY